Posts

ଓଡ଼ିଆ(odia)

 ଓଡ଼ିଆ ଏକ ଭାଷା ଯାହାକି ଇଣ୍ଡୋ ଆର୍ଯ୍ୟାନ୍ ଭାଷା ଭିତରେ ଆସେ। ଭାରତ ର ଓଡ଼ିଶା ରାଜ୍ୟ ର ଲୋକ ମାନେ ଓଡ଼ିଆ ଭାଷା ରେ କଥା ହୋଇଥାଆନ୍ତି। ଓଡ଼ିଶା ବାହାରେ ପଶ୍ଚିମବଙ୍ଗ, ଛତିଶଗଡ ଓ ଗୁଜୁରାଟ ରେ ମଧ୍ୟ ବହୁତ ଲୋକ ଓଡ଼ିଆ କହିଥାନ୍ତି। ପଶ୍ଚିମବଙ୍ଗ ଓଡ଼ିଶା ର ପଡୋଶୀ ହୋଇଥିବାରୁ ବହୁତ ଓଡ଼ିଆ ଲୋକ ପଶ୍ଚିମବଙ୍ଗ ରେ ରହିଥାନ୍ତି ,ଯାହା ଦ୍ଵାରା ସେଠାରେ ବହୁତ୍ ଲୋକ ଓଡ଼ିଆ ରେ କଥା ହୁଅନ୍ତି। ଓଡ଼ିଆ ମାନେ ଚାକିରି କରିବା ପାଇଁ ପ୍ରାୟ ଗୁଜୁରାଟ ର ସୁରଟ ସହର କୁ ଯାଇଥାଆନ୍ତି। ଏଣୁ ସୁରଟ ସହର ରେ ଓଡ଼ିଆ ଭାଷା ବହୁତ ପ୍ରଚଳନ ହୋଇଥାଏ।                    ସଂସ୍କୃତ ପରେ ଓଡ଼ିଆ କେବଳ ଏକ ମାତ୍ର ଇଣ୍ଡୋ ଆର୍ଯ୍ୟାନ୍ ଭାଷା ଯାହାକି ଭାରତ ର ଶାସ୍ତ୍ରୀୟ ଭାଷା ର ମାନ୍ୟତା ପାଇଛି। ଅନ୍ୟ ସମସ୍ତ ଶାସ୍ତ୍ରୀୟ ଭାଷା ଦ୍ରବିଡିୟ ଭାଷା ଯେମିତିକି ତାମିଲ,ତେଲୁଗୁ,କନ୍ନଡ଼ ଓ ମଲାୟଲମ୍ । ପୂର୍ବ ସମୟ ରେ ଓଡ଼ିଆ ଭାଷା ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ବହୁତ ଅସୁବିଧା ରେ ସମ୍ମୁଖୀନ ହୋଇଛି।                   ଯେଉଁ ସମୟ ରେ ବଙ୍ଗ ଭାଷାଭାଷୀ ଲୋକ ମାନେ ଓଡ଼ିଆ କୁ ବଙ୍ଗଳା ଭାଷା ର ଏକ ଅଂଶ ବୋଲି କହୁଥିଲେ । ସେ ସମୟରେ ବଙ୍ଗ ରେ ଇଂରେଜ ମାନେ ରାଜଧାନୀ କଲିକତା କୁ କରିଥିଲେ ଏବଂ ସାରା ଭାରତ ର ନିର୍ଣ୍ଣୟ କଲିକତା ରେ ହିଁ ହେଉଥିଲା। ଓଡ଼ିଆ ଭାଷା ଓ ବଙ୍ଗଳା ଭାଷା ପାଖା ପାଖି ସମାନ ଥିବାରୁ ବଙ୍ଗଳା ଲୋକ ମାନେ ଓଡ଼ିଆ ଭାଷା କୁ ବଙ୍